Odisha Assembly Elections 2024 Phase 4 ADR Report: ଏଡିଆର ରିପୋର୍ଟ ଅନୁସାରେ, ରାଜ୍ୟର ଚତୁର୍ଥ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ୩୯୪ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୩୧ ପ୍ରତିଶତ ଅର୍ଥାତ୍ ୧୨୧ ଜଣ କୋଟିପତି ରହିଛନ୍ତି । ଅଧିକ ପଢ଼ନ୍ତୁ
ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଆସିଲା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ବିଧାନସଭା ପ୍ରାର୍ଥୀଙ୍କ ତଥ୍ୟ । ୪ର୍ଥ ପର୍ଯ୍ୟାୟରେ ୬ ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ୪୨ ବିଧାନସଭା ଆସନରେ ପଡିବ ଭୋଟ । ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ଆଜି ପ୍ରଚାର ସରୁଥିବା ବେଳେ ଆସନ୍ତା ୨୫ ତାରିଖରେ ହେବ ଭୋଟିଂ । ତେବେ ଏହା ପୂର୍ବରୁ ଏଡିଆର (Association for Democratic Reforms (ADR) ରିପୋର୍ଟରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ବିଧାନସଭା ପ୍ରାର୍ଥୀଙ୍କ ବଡ ଖୁଲାସା ହୋଇଛି । ତେବେ ଶେଷ ପର୍ଯ୍ୟାୟ ନିର୍ବାଚନରେ ୪୨ଟି ଆସନରେ ୩୯୪ ଜଣ ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି ।
୪ର୍ଥ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ମୈଦାନକୁ ଓହ୍ଲାଇଛନ୍ତି ୩୯୪ ଜଣ ପ୍ରାର୍ଥୀ । ୪୨ଟି ବିଧାନସଭା ନିର୍ବାଚନୀ ମଣ୍ଡଳୀରେ ଭାଗ୍ୟ ପରୀକ୍ଷା କରିବେ ଏହି ସମସ୍ତ ଯୋଦ୍ଧା । ୩୯୪ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୩୧ ପ୍ରତିଶତ ଅର୍ଥାତ୍ ୧୨୧ ଜଣ କୋଟିପତି । ଏହି ପର୍ଯ୍ୟାୟରେ ମୈଦାନକୁ ଓହ୍ଲାଇଥିବା କୋଟିପତି ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ପରିମାଣ ୨.୬୨ କୋଟି । ସେହିପରି ଶେଷ ପର୍ଯ୍ୟାୟ ନିର୍ବାଚନରେ ରଣାଙ୍ଗନରେ ଓହ୍ଲାଇଥିବା ପ୍ରାର୍ଥୀଙ୍କ ମଧ୍ୟରେ ୯୬ ଜଣ ଅର୍ଥାତ୍ ୨୪ ପ୍ରତିଶତଙ୍କ ନାମରେ ରହଛି ଅପରାଧିକ ମାମଲା । ସେହିପରି ୮୮ ଜଣ ଅର୍ଥାତ୍ ୨୨ ପ୍ରତିଶତ ପ୍ରାର୍ଥୀଙ୍କ ନାମରେ ରହିଛି ସଙ୍ଗୀନ୍ ଅପରାଧିକ ମାମଲା ।
Odisha Assembly Elections 2024 Phase 4 ADR Report (ETV Bharat Odisha)
ତେବେ ବିଜେଡିର ବସ୍ତା ନିର୍ବାଚନ ମଣ୍ଡଳୀ ଯୋଦ୍ଧା ସୁବାଷିନୀ ଜେନା କୋଟିପତି ପ୍ରାର୍ଥୀଙ୍କ ତାଲିକାରେ ପ୍ରଥମ ସ୍ଥାନରେ ରହିଛନ୍ତି । ତାଙ୍କର ସମୁଦାୟ ସମ୍ପତ୍ତିର ମୂଲ୍ୟ ରହିଛି ୧୩୫ କୋଟି । ତାଙ୍କ ପଛକୁ ରହିଛନ୍ତି ବିଜେଡିର ସିମୁଳିଆ ନିର୍ବାଚନୀ ମଣ୍ଡଳୀ ପ୍ରାର୍ଥୀ ସୁବାଷିନୀ ସାହୁ । ତାଙ୍କର ସମୁଦାୟ ସମ୍ପତ୍ତିର ମୂଲ୍ୟ ରହିଛି ୯୧ କୋଟି । ଏହା ପଛକୁ ଅଛନ୍ତି କଂଗ୍ରେସର ଭେଟେରାନ ତଥା ଭଦ୍ରକ ଲୋକସଭା ନିର୍ବାଚନ ଅନ୍ତର୍ଗତ ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ । ତାଙ୍କର ସମୁଦାୟ ସମ୍ପତ୍ତିର ମୂଲ୍ୟ ରହିଛି ୮୬ କୋଟି ।
Odisha Assembly Elections 2024 Phase 4 ADR Report (ETV Bharat Odisha)
ଚତୁର୍ଥ ପର୍ଯ୍ୟାୟର ପ୍ରମୁଖ ୩ ଧନୀ ପ୍ରାର୍ଥୀ:-
ସୁବାଷିନୀ ଜେନା- ବିଜେଡି - ୧୩୫ କୋଟି
ସୁବାଷିନୀ ସାହୁ- ବିଜେଡି- ୯୧ କୋଟି
ନିରଞ୍ଜନ ପଟ୍ଟନାୟକ-କଂଗ୍ରେସ - ୮୬ କୋଟି
Odisha Assembly Elections 2024 Phase 4 ADR Report (ETV Bharat Odisha)
ଚତୁର୍ଥ ପର୍ଯ୍ୟାୟର କିଛି ଗରିବ ପ୍ରାର୍ଥୀ:-
ସଞ୍ଜୟ କୁମାର ଦାସ- ଧାମନଗର- ସ୍ବାଧୀନ- ଶୂନ ରାଶି
ଗୋପାଳ କୃଷ୍ଣ ମହାନ୍ତି- କୋରେଇ- ଆମ୍ବେଦକର ପାର୍ଟି ଅଫ୍ ଇଣ୍ଡିଆ- ଶୂନ ରାଶି
ଝରଣା ରାଣୀ ଜେନା- ବସ୍ତା- ସ୍ବାଧୀନ- ଏକ ହଜାର
Odisha Assembly Elections 2024 Phase 4 ADR Report (ETV Bharat Odisha)
ନଜର ପକାନ୍ତୁ ପ୍ରାର୍ଥୀଙ୍କ ଅପରାଧିକ ପୃଷ୍ଠଭୂମି ଉପରେ:-
୩୯୪ ପ୍ରାର୍ଥୀଙ୍କ ମଧ୍ୟରୁ ୯୬ ଜଣ ଅର୍ଥାତ୍ ୨୪ ପ୍ରତିଶତ ପ୍ରାର୍ଥୀଙ୍କ ନାମରେ ରହିଛି ଅପରାଧିକ ମାମଲା
୮୮ ଜଣ ଅର୍ଥାତ୍ ୨୨ ପ୍ରତିଶତ ପ୍ରାର୍ଥୀଙ୍କ ନାମରେ ରହିଛି ସଙ୍ଗୀନ ଅପରାଧିକ ମାମଲା
୧୭ ପ୍ରାର୍ଥୀଙ୍କ ନାମରେ ହତ୍ୟା ଉଦ୍ୟମ ମାମଲା
୨୦ ପ୍ରାର୍ଥୀଙ୍କ ନାମରେ ମହିଳା ବିରୋଧୀ ଅପରାଧ
Odisha Assembly Elections 2024 Phase 4 ADR Report (ETV Bharat Odisha)
ଶିକ୍ଷାଗତ ଯୋଗ୍ୟତା:
୧୪୯ ଜଣ ଅର୍ଥାତ ୩୮ ପ୍ରତିଶତ ପ୍ରାର୍ଥୀ 5ରୁ ଦ୍ବାଦଶ ପାସ୍
୨୨୦ ଜଣ ଅର୍ଥାତ୍ ୫୬ ପ୍ରତିଶତ ପ୍ରାର୍ଥୀ ଗ୍ରାଜୁଏଟ୍
୨୨ ପ୍ରାର୍ଥୀ ଡିପ୍ଲୋମା ପାସ୍
୩ ଜଣ ସ୍କୁଲ ହତା ମାଡି ନାହାଁନ୍ତି
Odisha Assembly Elections 2024 Phase 4 ADR Report (ETV Bharat Odisha)
ପ୍ରାର୍ଥୀଙ୍କ ବୟସ:
୧୦୧ ଜଣ ଅର୍ଥାତ୍ ୨୬ ପ୍ରତିଶତ ପ୍ରାର୍ଥୀଙ୍କ ବୟସ ରହିଛି 25ରୁ 40
୨୪୦ ଜଣ ଅର୍ଥାତ୍ ୬୧ ପ୍ରତିଶତ ପ୍ରାର୍ଥୀଙ୍କ ବୟସ ରହିଛି 41ରୁ 60
୫୨ ଜଣ ଅର୍ଥାତ୍ ୧୩ ପ୍ରତିଶତ ପ୍ରାର୍ଥୀଙ୍କ ବୟସ ରହିଛି 61ରୁ 80
ଜଣେ (୧) ପ୍ରାର୍ଥୀ ୮୧ ବର୍ଷରୁ ଊର୍ଦ୍ଧ୍ବ
ତେବେ ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ ୬୧ ଜଣ ଅର୍ଥାତ୍ 15 ପ୍ରତିଶତ ମହିଳା ମୈଦାନରେ ଭାଗ୍ୟ ପରୀକ୍ଷା କରୁଛନ୍ତି
ଇଟିଭି ଭାରତ, ଭୁବନେଶ୍ବର
            
    