Skip to main content
Source
Sambad
Author
Sambad Digital Desk
Date
City
Bhubaneswar

ଆସୋସିଏସନ ଫର୍‌ ଡେମୋକ୍ରାଟିକ ରିଫର୍ମସ (ଏଡିଆର) ପକ୍ଷରୁ ପ୍ରକାଶିତ ଏକ ନୂତନ ବିଶ୍ଳେଷଣାତ୍ମକ ରିପୋର୍ଟ ଅନୁଯାୟୀ, ୨୦୨୪-୨୫ ଆର୍ଥିକ ବର୍ଷରେ ‘ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ’ (ଏଆଇଟିସି) ଦେଶର ଆଞ୍ଚଳିକ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ...

ନୂଆଦିଲ୍ଲୀ: ଆସୋସିଏସନ ଫର୍‌ ଡେମୋକ୍ରାଟିକ ରିଫର୍ମସ (ଏଡିଆର) ପକ୍ଷରୁ ପ୍ରକାଶିତ ଏକ ନୂତନ ବିଶ୍ଳେଷଣାତ୍ମକ ରିପୋର୍ଟ ଅନୁଯାୟୀ, ୨୦୨୪-୨୫ ଆର୍ଥିକ ବର୍ଷରେ ‘ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ’ (ଏଆଇଟିସି) ଦେଶର ଆଞ୍ଚଳିକ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଦ୍ୱିତୀୟ ସର୍ବାଧିକ ରାଜନୈତିକ ଚାନ୍ଦା ହାସଲ କରିଛି। 

ଏହି ସମୟ ମଧ୍ୟରେ ଦଳ ମୋଟ ୧୮୪.୯୬ କୋଟି ଟଙ୍କାର ଚାନ୍ଦା ପାଇଥିବା ବେଳେ ଆଂଚଳିକ ଦଳ ତାଲିକାରେ ଡିଏମ୍‌କେ ସବୁଠାରୁ ଆଗରେ ରହିଛି। ଭାରତୀୟ ନିର୍ବାଚନ କମିସନ(ଇସିଆଇ)ଙ୍କ ତଥ୍ୟକୁ ଆଧାର କରି ପ୍ରସ୍ତୁତ ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୨୩-୨୪ ଓ ୨୦୨୪-୨୫ ଆର୍ଥିକ ବର୍ଷ ମଧ୍ୟରେ ଆଂଚଳିକ ରାଜନୈତିକ ଦଳଗୁଡ଼ିକ ୨୦,୦୦୦ ଟଙ୍କାରୁ ଅଧିକ ମୂଲ୍ୟର ମୋଟ ୮,୧୫୮ଟି ଚାନ୍ଦା ଘୋଷଣା କରିଛନ୍ତି, ଯାହାର ମୋଟ ପରିମାଣ ୧,୩୯୯.୨୪୯ କୋଟି ଟଙ୍କା ଅଟେ।

ରିପୋର୍ଟ ଅନୁଯାୟୀ, ଚାନ୍ଦା ବୃଦ୍ଧି ମୂଲ୍ୟ ଦୃଷ୍ଟିରୁ ଡିଏମ୍‌କେ ୨୦୨୩-୨୪ ଆର୍ଥିକ ବର୍ଷରେ ୨୧.୫୨ କୋଟି ଟଙ୍କା ଥିବା ବେଳେ ୨୦୨୪-୨୫ ବର୍ଷରେ ୩୪୪.୨୨୨ କୋଟି ଟଙ୍କା ବୃଦ୍ଧି ପାଇ ମୋଟ ୩୬୫.୭୮୪ କୋଟି ଟଙ୍କାରେ ପହଞ୍ଚିଛି। ଅପରପକ୍ଷରେ, ତୃଣମୂଳ କଂଗ୍ରେସର ଚାନ୍ଦା ପରିମାଣରେ ଦ୍ୱିତୀୟ ସର୍ବାଧିକ ବୃଦ୍ଧି ଘଟିଛି।

ଦଳର ଚାନ୍ଦା ପରିମାଣ ୨୦୨୩-୨୪ ଆର୍ଥିକ ବର୍ଷରେ ମାତ୍ର ୬.୪୨୪ କୋଟି ଟଙ୍କା ଥିବା ବେଳେ ୨୦୨୪-୨୫ ବର୍ଷରେ ଏହା ୧୭୮.୫୩୬ କୋଟି ଟଙ୍କା ବୃଦ୍ଧି ପାଇ ମୋଟ ୧୮୪.୯୬ କୋଟି ଟଙ୍କା ହୋଇଛି। ୨୦୨୪-୨୫ ବର୍ଷରେ ରାଜନୈତିକ ପାଣ୍ଠି ଗ୍ରହଣ କରିବାରେ କେତେକ ନିର୍ଦ୍ଦିଷ୍ଟ ଆଞ୍ଚଳିକ ଦଳ ପ୍ରାଧାନ୍ୟ ବିସ୍ତାର କରିଥିବା ଏହି ରିପୋର୍ଟରୁ ସ୍ପଷ୍ଟ ଜଣାପଡ଼ିଛି। ଶୀର୍ଷ ପାଞ୍ଚଟି ଆଞ୍ଚଳିକ ପାଣ୍ଠି ଗ୍ରହଣକାରୀ ଦଳ ଯଥା ଡିଏମକେ, ଏଆଇଟିସି, ୱାଇଏସ୍‌ଆର କଂଗ୍ରେସ, ଟିଡିପି ଏବଂ ଏଆଇଏଡିଏମ୍‌କେ ମୋଟ ୮୪୦.୧୨୬୪ କୋଟି ଟଙ୍କା ପାଇଛନ୍ତି, ଯାହାକି ସେହି ସମୟ ମଧ୍ୟରେ ସମସ୍ତ ଆଞ୍ଚଳିକ ଦଳ ପାଇଥିବା ମୋଟ ଚାନ୍ଦାର ୭୯.୯ ପ୍ରତିଶତ ଅଟେ।


abc